ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ବିଜୟ ରୂପାନୀଙ୍କ ପରିବାରକୁ ଭେଟିଲେ ପିଏମ୍‌ ମୋଦୀ

Published By : Tapas Panda | June 13, 2025 7:00 PM

ଅହମ୍ମଦାବାଦ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେ ବିମାନ ଦୁର୍ଘଟଣାରେ ଏକମାତ୍ର ଜୀବିତ ଯାତ୍ରୀ ରମେଶ ବିଶ୍ୱାସ କୁମାରଙ୍କୁ ଭେଟିଛନ୍ତି । ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି  ମୋଦୀ । ବିଜୟ ରୂପାନୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି।

 ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ‘ବିଜୟଭାଇ ରୂପାନୀ ଜୀଙ୍କ ପରିବାର ସହିତ ସାକ୍ଷାତ ହୋଇଛି। ଏହା କଳ୍ପନା କରାଯାଇପାରେ ନାହିଁ ଯେ, ବିଜୟଭାଇ ଆଉ ଆମ ଗହଣରେ ନାହାନ୍ତି। ମୁଁ ତାଙ୍କୁ ଦଶନ୍ଧୀ ଧରି ଜାଣେ। ଆମେ କାନ୍ଧକୁ କାନ୍ଧ ମିଶାଇ କାମ କରିଥିଲୁ । ବିଜୟଭାଇ ନମ୍ର ଏବଂ ପରିଶ୍ରମୀ ଥିଲେ । ଦଳର ବିଚାରଧାରା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଥିଲେ । ସେ ସଂଗଠନରେ ବିଭିନ୍ନ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ।’

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ଲେଖିଛନ୍ତି, ‘ରାଜକୋଟ ନଗର ନିଗମରେ, ରାଜ୍ୟସଭା ସାଂସଦ ଭାବରେ, ଗୁଜରାଟ ବିଜେପି ସଭାପତି ଭାବରେ ଏବଂ ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଭାବରେ, ସେ ପ୍ରତ୍ୟେକ ଭୂମିକାରେ ନିଜକୁ ସ୍ୱତନ୍ତ୍ର କରିଥିଲେ। ବିଜୟଭାଇ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମଧ୍ୟ ବିଜୟଭାଇ ଏବଂ ମୁଁ ଏକାଠି କାମ କରିଥିଲୁ। ସେ ଅନେକ ପଦକ୍ଷେପ ନେଇଥିଲେ ଯାହା ଗୁଜରାଟର ବିକାଶକୁ ତ୍ୱରାନ୍ୱିତ କରିଥିଲା । ବିଶେଷକରି 'ସହଜ ଜୀବନଯାପନ'କୁ ପ୍ରୋତ୍ସାହିତ କରିଥିଲା ବିଜୟ ଜୀଙ୍କ ଚିନ୍ତାଧାରା। ଆମ ମଧ୍ୟରେ ହୋଇଥିବା ଆଲୋଚନା ସର୍ବଦା ମନେ ରହିବ। ଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ସହିତ ମୋର ସମବେଦନା। ଓମ୍ ଶାନ୍ତି।’

 ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ହସ୍ପିଟାଲରେ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଭେଟିଛନ୍ତି । ସେ କହିଛନ୍ତି ଯେ, ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ଏବଂ ଏତେ ଲୋକଙ୍କର ହଠାତ୍ ମୃତ୍ୟୁକୁ ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ। ସେ ଟ୍ୱିଟରରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ସମସ୍ତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା। ଆମେ ସେମାନଙ୍କର ଯନ୍ତ୍ରଣା ବୁଝିପାରୁଛୁ ଏବଂ ଏହା ମଧ୍ୟ ଜାଣୁ ଯେ, ସେମାନଙ୍କ ମୃତ୍ୟୁରେ ସୃଷ୍ଟି ହୋଇଥିବା ଶୂନ୍ୟତା ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଅନୁଭୂତ ହେବ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.